ଆମ କୃଷିକୁ ସ୍ଵାଗତ କରୁଛୁ


ଆମ କୃଷି ଓଡିଶା ସରକାରଙ୍କ କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ ଦ୍ଵାରା ପରିଚାଳିତ ଏକ ନିଶୁଳ୍କ କୃଷି ପରାମର୍ଶ ସେବା ଅଟେ। ବର୍ତ୍ତମାନ ଏହି ସେବା ରେ 6,862,280 ପଞ୍ଜୀକୃତ କୃଷକ ଅଛନ୍ତି ଯେଉଁମାନେ ସମ୍ପୂର୍ଣ ଋତୁରେ ତାଙ୍କ ମୋବାଇଲ ଫୋନରେ ସାପ୍ତାହିକ କଲ ମାଧ୍ୟମରେ ତାଙ୍କ ପାଇଁ ପ୍ରସ୍ତୁତ ହେଇଥିବା ବିଶେଷ କୃଷି ପରାମର୍ଶ ପାଉଛନ୍ତି।

ବର୍ତ୍ତମାନ ପଞ୍ଜୀକରଣ କରନ୍ତୁ ଏବଂ ସାମିଲ ହୁଅନ୍ତୁ!

ଯଦି ଆପଣଙ୍କ ସ୍ମାର୍ଟ ଫୋନ ନାହିଁ କିମ୍ବା ୱେବଫର୍ମ ବ୍ୟବହାର କରି ପଞ୍ଜୀକରଣ କରିପାରିଲେ ନାହିଁ, ଆପଣ 155333 ନମ୍ବରକୁ କଲ କରନ୍ତୁ, ଆମେ 0674-2621800 ନମ୍ବରରୁ କଲ କରି ଫୋନ ମାଧ୍ୟମରେ ଆପଣଙ୍କୁ ପଞ୍ଜୀକୃତ କରିଦେବୁ।

ଆମକୁ କୌଣସି ପ୍ରଶ୍ନ ପଚାରନ୍ତୁ

ଯଦି ଆପଣ ପଞ୍ଜୀକୃତ ହେଇଯାଇଛନ୍ତି, ଆପଣ କୌଣସି ସମୟରେ ଆମର ମାଗଣା ହଟଲାଇନ ନମ୍ବରରେ ପ୍ରଶ୍ନ ରେକର୍ଡ କରିବାକୁ କଲ କରିପାରିବେ, ଏବଂ 48 ଘଣ୍ଟା ମଧ୍ୟରେ ଉତ୍ତର ପାଇପାରିବେ. 155333 ରେ ଫୋନ କରନ୍ତୁ!


ଆପଣ ଆମର ମାଗଣା ଲାଇଭ କଲ ସେଣ୍ଟରକୁ ମଧ୍ୟ କଲ କରିପାରିବେ ଏବଂ ଆପଣ ପଞ୍ଜୀକୃତ ହେଇନଥିଲେ ମଧ୍ୟ ଆମର ଏଜେଣ୍ଟମାନଙ୍କୁ ପ୍ରଶ୍ନ ପଚାରିପାରିବେ

ଅଧିକ ସୂଚନା ଜାଣିବାକୁ ଚାହୁଁଛନ୍ତି?

ଆମ କୃଷି ବିଷୟରେ ଅଧିକ ସୂଚନା ଥିବା ଏବଂ ବାରମ୍ବାର ପଚରା ଯାଉଥିବା ପ୍ରଶ୍ନର ଏକ ଶୃଙ୍ଖଳା ଥିବା "ଆମ କୃଷି ସମ୍ବନ୍ଧରେ ତଥ୍ୟ" ପୃଷ୍ଠାକୁ ଯାଆନ୍ତୁ।